ଭୁବନେଶ୍ୱର : ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବଳଭଦ୍ର । ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ବଳଭଦ୍ର । ପୂର୍ବତନ ବିଧାୟକ ବଳଭଦ୍ର ମାଝିଙ୍କ ଇସ୍ତଫା । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ । ତେବେ ଏତେ ଦିନ ଧରି ଦଳ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ବଳଭଦ୍ର ମାଝୀ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ଥର ବିଧାୟକ ରହିଛନ୍ତି । ବିଜେଡି ଆରମ୍ଭରୁ ଦଳ ସହ ଥିଲେ ବଳଭଦ୍ର । ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା । ପ୍ରଦୀପ ଦଳକୁ ବିଜୟ ଭେଟି ଦେଇଥିବା ବେଳେ ବିଜେଡିରେ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା । ୨୦୧୯ରୁ ୨୦୨୪ ଯାଏଁ ଦଳରେ ରହିବା ପରେ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଛନ୍ତି ବଳଭଦ୍ର ।
Views: 83