The Ultimate Managed Hosting Platform
ADVERTISEMENT

ଜଗତସିଂହପୁର ମ୍ୟୁନିସିପାଲିଟିରେ ଜୟ ଜଗନ୍ନାଥ ‘ଅର୍ପଣ ରଥ’ ପରିକ୍ରମା

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ପୌରପରିଷଦ ଅଂଚଳରେ ଆମ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଅଛି।ଏହି ଜଗନ୍ନାଥ ରଥକୁ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଓ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ଜୟବଡ଼ ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚନା ସହିତ ଦୁଇଟି ରଥର ଶୁଭ ଉଦଘାଟନ କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଓ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଏହି ମହାନ ସଂସ୍କୃତି ସହ ଜଡିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚରେରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ କୀର୍ତ୍ତନ ମଣ୍ଡଳୀ ସହ ୨୧ ଟି ୱାର୍ଡ ପରିକ୍ରମା କରି ପ୍ରତ୍ୟେକ ଗୃହରୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ। ପ୍ରତ୍ୟେକ ୱାର୍ଡରେ ଏହି ସଂଗୃହିତ ଅରୁଆ ଚାଉଳ ଓ ଗୁଆ ଜୟବଡ଼ ଜଗନ୍ନାଥ ମନ୍ଦିରରେ ରଖାଯିବ ଏବଂ ସେଠାରେ ଭକ୍ତ ଓ କୀର୍ତ୍ତନ ମଣ୍ଡଳୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଆଜିଠାରୁ ପୌରାଞ୍ଚଳରେ ଆରମ୍ଭ ହୋଇ ଆଗାମୀ ଜାନୁୟାରୀ ୧୫ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ୟ୍ୟ ସମାପନ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login