The Ultimate Managed Hosting Platform
ADVERTISEMENT

ଯୁବ ଭୋଟର କାହାକୁ ଦେବେ ଭୋଟ?

Facebook
Twitter
LinkedIn

ଭଉବନେଶ୍ୱର : ଏଥର ଫୋକସରେ ରହିଛନ୍ତି ଯୁବ ଭୋଟ ଯୁବ ଭୋଟ ଯିବ କାହା ପାଖକୁ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ୟ୍ୟକ୍ରମ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ୟ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକାରେ ଅଛନ୍ତି ୩ କୋଟି ୩୨ ଲକ୍ଷ ୩୬ହଜାର ହେଉଛନ୍ତି ଭୋଟର । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ । ସେହିପରି ୭ଲକ୍ଷ ୫୪ହଜାର ୯୪୬ ଜଣ ହେଉଛନ୍ତି ଯୁବ ଭୋଟର ଅର୍ଥାତ୍ ୧୮ରୁ ୧୯ ବର୍ଷ ବୟସ ବର୍ଗର । ଆଉ ଏହି ବୟସ ବର୍ଗର ଯୁବ ଭୋଟର ପ୍ରଥମଥର ଭୋଟ୍ ଦେବେ । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସହ ଯୁବ ଭୋଟର ସବୁବେଳେ ରହିଛନ୍ତି । ସେପଟେ ବିଜେପି କହିଛି, ମୋଦୀଙ୍କ ସହ ରହିଛନ୍ତି ଯୁବ ଭୋଟର । ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ । ତୃଣମୂଳ ସ୍ତରରୁ ହେଉଛି ଯୋଜନା । କେମିତି ଭୋଟର ମାନଙ୍କୁ ଆକୃଷ୍ଟ କରିବେ ସେ ନେଇ କସରତ ଦେଖିବାକୁ ମିଳିଲାଣି । ତେବେ ଦେଖିବାକୁ ରହିଲା କିଏ ବାଜିମାତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login