The Ultimate Managed Hosting Platform
ADVERTISEMENT

ଧର୍ମଶାଳାରେ ୪୨ କୋଟି ୯୩ ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପ ଶିଳାନ୍ୟାସ

Facebook
Twitter
LinkedIn

ଧର୍ମଶାଳା : ବିକାଶ ପଥରେ ଆଗେଇ ଚାଲଛି ଧର୍ମଶାଳା। ଧର୍ମଶାଳାରେ ୪୨ କୋଟି ୯୩ ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପର ଶିଳାନ୍ୟାସ । ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କ୍ଷେତ୍ରପାଳ ଠାରୁ ଏକ୍ସପ୍ରେସ ହାଇୱେ ଭାୟା ଶ୍ରୀରାମପୁର ଏବଂ ବ୍ରହ୍ମପୁର ୩ କୋଟି ୫୩ ଲକ୍ଷ, ନରସିଂହପୁର ଭାୟା- ପିପଳିଡିହ ଏବଂ କ ିଗଡିଆ ୭ କୋଟି ୮୧ ଲକ୍ଷ, ରମାପୁର ଠାରୁ ପଟିଲୋ ଭାୟା- ଭଗବାନପୁର ଘେରିବନ୍ଧ, ସାନରାଏପଡା ଏବଂ ଅଲାରପୁର ୭କୋଟି ୧୧ ଲକ୍ଷ, ଅଚୁ୍ୟତପୁର ଠାରୁ ବଡବାରିସାହି ୧୨କୋଟି ୧ଲକ୍ଷ, ସୁନାରୀ ଠାରୁ ସେଣ୍ଢପୁର ଭାୟା- ଚକ୍ରୋଡା ୪କୋଟି ୬୩ ଲକ୍ଷ, ଜଓ ଅଫିସ େ•ରମୁହାଁ ୧ କୋଟି ୪୩ ଲକ୍ଷ, ବରକୋଳିପାଟଣା ଜଊ ରୋଡଠାରୁ ନଠୁଆବର ଭାୟା- କାଣ୍ଡସରା, କୋରକୋରା ଛକ, କୃଷ୍ଣପଡା, କପାଳି ଏବଂ ସବର ସାହି ୬କୋଟି ୪୧ ଲକ୍ଷ ଟଙ୍କାର ଏହି ୭ଟି ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ ବିଧାୟକ ପଣବ କୁମାର ବଳବନ୍ତରାୟ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ ରାଉତ ଓ ସମସ୍ତ ଜୋନର ଜିଲ୍ଲାପରିଷଦ, ସରପ , ସମିତିସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ ନିର୍ବାହୀ ଯନ୍ତ୍ରୀ ଅବିନାସ ବାରିକ ଓ ସହକାରୀ ଯନ୍ତ୍ରୀ ଜଳନ୍ଧର ବେହେରା, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ଲେଙ୍କା, ଭିମସେନ ମହାରଣା । ଧର୍ମଶାଳା ପ୍ରଗତିର ପ୍ରୟୋଗ ଶାଳା, ଏହା ଖାଲି କଥାରେ ନୁହେଁ କାମରେ କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login