ଯାଜପୁର : କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ସେହିଭଳି ଜଖପୁରାର ବିସ୍ମୟ ବାଳକ ଦେବାଂଶ ଆଜି ନିଜ ରାଜ୍ୟ ଓ ଜିଲ୍ଲା ପାଇଁ ଗୈାରବ ଆଣିପାରିଛନ୍ତି।ମାତ୍ର ୩୦.୯୧ ସେକେଣ୍ଡରେ ଭାରତର ୨୮ଟି ରାଜ୍ୟର ରାଜଧାନୀ ଓ ୭ଟି ମହାଦେଶର ନାମ ଉଚ୍ଚାରଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତର ଦାନିସି ଦେବାଂଶ ରାଉତ। ମାତ୍ର ୩ ବର୍ଷ ବୟସର ଏହି ବିସ୍ମୟ ବାଳକ ନିଜର ବିଚକ୍ଷଣତା ଓ ପ୍ରଖର ବୁଦ୍ଧିମତ୍ତା ଯୋଗୁଁ ରାଜ୍ୟ ତଥା ଜିଲା ପାଇଁ ଏହି ଗୌରବ ଆଣିଛନ୍ତି । ଦାନିସି ଦେବାଂଶ ଏହି ଅପୂର୍ବ ପ୍ରତିଭା ପାଇଁ ସମସ୍ତ ପୂର୍ବ ରେକର୍ଡ ଭଙ୍ଗ କରିବା ସହ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ପିତା ପୂର୍ଣ୍ଣଚନ୍ଦ୍ର ରାଉତ ଓ ମାତା କୌଶଲ୍ୟା ମୁଦୁଲିଙ୍କ ସହ ପୂରା ତାଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଥିବା ବେଳେ ଏହା ଦାନଗଦି ବ୍ଲକ୍ ଓ ଯାଜପୁର ଜିଲା ପାଇଁ ଗୌରବ ହୋଇପାରିଛି । ଏହି ରେକର୍ଡ କରିବା ପରେ ତାଙ୍କୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି । ସୂଚନାଯୋଗ୍ୟ ଯେ ୨୦୨୦ ମାର୍ଚ୍ଚ ୨୫ରେ ଜନ୍ମଗ୍ରହଣ କରିଥିବା ଦାନିସି ଦେବାଂଶଏବେ ସ୍ଥାନୀୟ ଏଷ୍ଟି ଜାଭିୟର ଇଂରାଜୀ ବିଦ୍ୟାଳୟର ନର୍ସରୀରେ ଅଧୟନ କରୁଛନ୍ତି। ଇଣ୍ଡିଆ ବ୍ଲକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ଏବେ ସେ କହିଛନ୍ତି । ଲିମ୍କା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତ ଚଳାଇଥିବା ପିତାମାତା କେବଳ ଏତିକି ନୁହେଁ, ସଂସ୍କୃତ ଶ୍ଳୋକଗୁଡ଼ିକ ନିର୍ଭୁଲ ଭାବେ ଆବୃତ୍ତି କରି କରିପାରୁଛନ୍ତି। ଦେବାଂଶଙ୍କ ପିତା ନିକଟସ୍ଥ ଭିସା ଷ୍ଟିଲରେ ଜଣେ ସ୍ଥାୟୀ କର୍ମଚାରୀ ଭାବେ କାର୍ୟ୍ୟ କରୁଛନ୍ତି ।
ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ଦାନଗଦିର ବିସ୍ମୟ ବାଳକ ଦେବାଂଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











