ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବିଏସକେ ୱାଇ ନବୀନ କାର୍ଡ ସଚେତନତା ରଥକୁ ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଶୁଭାରମ୍ଭ କରିଛନ୍ତି।ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ସମସ୍ତ ହିତାଧିକାରୀ ମାନଙ୍କୁ ଏହି ଦେୟ ମୁକ୍ତ ସ୍ୱାସ୍ଥ୍ୟ ସେବାର ଲାଭ ନେବାପାଇଁ କହିଛନ୍ତି। ଆସନ୍ତା ୬ ତାରିଖ ରୁ ୧୬ ତାରିଖ ପର୍ୟ୍ୟନ୍ତ ପୂର୍ବରୁ ବି ଏସକେ ୱାଇ କାର୍ଡରେ ପଞ୍ଜୀକୃତ ହୋଇନଥିବା (ନିୟମିତ ସରକାରୀ କର୍ମଚାରୀ, ପେନସନ ଧାରି ଏବଂ ଆୟକର ଦାତା ଙ୍କ ବ୍ୟତୀତ) ସବୁ ଗ୍ରାମୀଣ ପରିବାର ମାନେ ନିଜର ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କେବଳ ଅନଲାଇନ ମାଧ୍ୟମରେ www.bskynabin.odisha.gov.in ପୋର୍ଟାଲ ରେ ହିଁ ହୋଇପାରିବ। ହିତାଧିକାରୀ ମାନେ ନିକଟସ୍ଥ ମୋ ସେବା କେନ୍ଦ୍ର ରେ ବିନା ମୂଲ୍ୟ ରେ ଏହି ପଞ୍ଜୀକରଣ କରିପାରିବେ। ଓଡିଶା ସରକାରଙ୍କ ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥ ପ୍ରତ୍ୟେକ ବ୍ଲକ୍ ରେ ପରିକ୍ରମା କରିବ, ଏହାସହ ବିଭିନ୍ନ ଲିଫ ଲେଟ୍, ପାମ୍ଫ୍ଲେଟ୍ ମାଧ୍ୟମରେ ମଧ୍ୟ ଏହି ସୂଚନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ବୋଲି କହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ କ୍ଷେତ୍ରବାସୀ ଦାଶ । ଏହି ଅଭିଯାନ ରେ ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ସାମିଲ କରାଯାଇଛି।
ବିଏସକେୱାଇ ନବୀନ କାର୍ଡ ସମ୍ବନ୍ଧୀୟ ସଚେତନତା ରଥ ପରିକ୍ରମା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











