ନୂଆଦିଲ୍ଲୀ : ଜାପାନ ଏୟାରଲାଇନ୍ସରେ ବିମାନରେ ଅଗ୍ନିକାଣ୍ଡ । ହନିଡା ଏୟାରପୋର୍ଟରୁ ଉଡାଣ ବେଳେ ଲାଗିଲା ନିଆଁ । ବିମାନରେ ୩୭୯ ଜଣ ପାସେଞ୍ଜର ଥିବା ସୂଚନା । ରନୱେରେ ଅବତରଣ ସମୟରେ ବିମାନରେ ଲାଗିଲା ନିଆଁ । ଜାପାନ ଟୋକିଓ ହନୋଦା ଏୟାରପୋର୍ଟରେ ନିଆଁଲାଗି ଏକ ବିମାନ ଜଳିଯାଇଥିବା ଦେଖିବାକୁ ମିଳିଛି । ତେବେ ବିମାନରେ ଥିବା ୩୦୦ଜଣ ଯାତ୍ରୀ ବିମାନରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବିମାନଟି ହୋକ୍କାଇଦୋରୁ ଟୋକିଓ ଅଭିମୁଖେ ଆସୁଥିଲା । ତେବେ ହନୋଦା ଏୟାରପୋର୍ଟରେ ଅବତରଣ ସମୟରେ କୋଷ୍ଟଗାର୍ଡ ଏୟାରକ୍ରାପ୍ଟ ସହ ଧକ୍କା ହୋଇଥିଲା ଏହି ବିମାନଟି । ଧକ୍କା ହେବା ପରେ ବିମାନଟିରେ ନିଆଁ ଲାଗିବା ପରେ ରନୱେ ଧୂଆଁମୟ ହୋଇଯାଇଥିଲା ।
Views: 102











