The Ultimate Managed Hosting Platform
ADVERTISEMENT

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ; ଜେଲ ଗଲେ ସେକ୍ସନ ଅଫିସର

Facebook
Twitter
LinkedIn

ବଲାଙ୍ଗୀର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ତହସିଲ ସେକ୍ସନ ଅଫିସର । ବଲାଙ୍ଗୀର ଜିଲ୍ଳା ଆଗଲପୁର ତହସିଲର ସେକ୍ସନ ଅଫିସର ପ୍ରଫୁଲ୍ଲ କୁମାର ସାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଥିଲା । ଭିଜିଲାନ୍ସର ଖୋଳତାଡ଼ ବେଳେ ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲେ । ସେହି ସମ୍ପତ୍ତିର ହିସାବ ଦେଇ ନପାରିବାରୁ ଗତକାଲି ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାରେ ଜାମିନ ନ ମିଳିବାରୁ ଆଜି ତାଙ୍କୁ ଜେଲ ଜିବାକୁ ପଡ଼ିଛି ।

ତେବେ ମଙ୍ଗଳବାର ଭିଜିଲାନ୍ସର ୨୦ ଜଣିଆ ଟିମ୍ ଏକକାଳୀନ ପ୍ରଫୁଲଙ୍କ ବଲାଙ୍ଗୀର ସ୍ଥିତ ଗାନ୍ଧିନଗରପଡ଼ା ସ୍ଥିତ ଦୁଇ ମହଲା କୋଠା, ହାଟପଦାପଡ଼ାରେ ଥିବା ଦୁଇ ମହଲା କୋଠା ଓ ଆଗଲପୁର ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ନଗଦ ୧୬ ହଜାର ୩୩୦ ଟଙ୍କା ଓ ସୁନା ଗହଣା ଜଦତ କରିଥିଲା ଭିଜିଲାନ୍ସ ଟିମ୍ । ଏନେଇ ଅଧିକ ଖୋଳତାଡ଼ ବେଳେ ତାଙ୍କର ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ ଟିମ୍ । ଏହି ସମ୍ପତ୍ତିର ସଠିକ ତଥ୍ୟ ଦେଇ ନପାରିବାରୁ ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କୁ ଜେଲ ଯିବାକୁ ପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login