ମୁରିବାହାଲ ; ମୁରିବାହାଲ ତଥା ମଥୁରା ନଗରୀରେ ପଞ୍ଚମ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। ଆୟୋଜକ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। କାର୍ୟ୍ୟକ୍ରମରେ ତହସିଲଦାର ଆୟୁବ ମଣ୍ଡଳ, ଜୁନିୟର କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ,ବିଇଓ ଶାନ୍ତନୁ କୁମାର ପଢ଼ିହାରି, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ବିଶ୍ବବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣା,କୃଷି କର୍ମଚାରୀ କିଶୋର କୁମାର ଭୋଇ,ଆୟୋଜକ କମିଟି କାର୍ୟ୍ୟକାରି ସଭାପତି ରାଜୀବ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ତରୁଣ ପୋଢ଼ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ।ଏହା ପୂର୍ବରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିରରୁ ଅଣାଯାଇ ଧନୁଯାତ୍ରା ପଡିଆଠାରେ ପହଞ୍ଚିଥିଲା। ଏହା ପରେ ପୂଜକ କାଶୀନାଥ ଦାସଙ୍କ ଦ୍ୱାରା ମଞ୍ଚ ପୂଜା କରାଯାଇଥିଲା।ଏଥିରେ ଆୟୋଜକ କମିଟିର ଚିନ୍ତାମଣି ମହାରଣାଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଗୋପପୁର ହୋଇଥିବା ବନବାହାଲ ଗ୍ରାମରେ କଳସ ଯାତ୍ରା ସହ ହରିବଂଶ ପୁରାଣ ପଠନ ଓ ନାଟକ ମଞ୍ଚସ୍ଥ ହୋଇଥିଲ।କର୍ତ୍ତା ରୂପେ କେଶରୀ ଧରୁଆ, ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ଧରୁଆ, ଯଜ୍ଞ କର୍ତ୍ତା ସୁବୋଧ ମାଝୀ ଓ ତାଙ୍କ ଧର୍ମପତ୍ନୀ ପଲ୍ଲବୀ ମାଝୀ,ପୂଜକ ସଦାଶିବ ଦାସ ଓ କମିଟି ସମ୍ପାଦକ ଭରତ ଦାସ କାର୍ୟ୍ୟକ୍ରମ ସଂଯୋଜନା ଦାୟିତ୍ଵ ତୁଲାଇଥିଲେ। ଏହି ଅବସରରେ ବିଶିଷ୍ଟ କୋଶଲି କଳାକାର ଯୁଗଳ ସାହୁ,ପ୍ରତିଷ୍ଠାତା ସଦସ୍ୟ ଖଗେଶ୍ୱର ସାହୁଙ୍କ ସହ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସାଧାରଣ ସମ୍ପାଦକ ତରୁଣ ପୋଢ଼ ଧନ୍ୟବାଦ ଦେଇଥିଲେ।
ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











