ଜଗତସିଂହପୁର : ଜଗତସିଂହପୁର କୋର୍ଟ ଛକ ସ୍ଥିତ ସ୍ଵାଧୀନତା ସଂଗ୍ରାମୀ ଭବନ ପରିସରରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଟାଉନହଲ ସମ୍ମୁଖରେ ଥିବା କଂଗ୍ରେସ କାର୍ୟ୍ୟାଳୟ ଠାରେ ପତାକା ଉତ୍ତଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ପରେ ଜିଲ୍ଲା ସଭାପତି ନଟବର ବାରିକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଥାନା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ଜିଲ୍ଲା ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଭାରେ ପୌରାଧକ୍ଷା ଅର୍ଚ୍ଚନା ସିଂହ,ନଗର କଂଗ୍ରେସ ସଭାପତି ଅବୁଲି ମହାନ୍ତି,ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ,ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲିକ,ପୂର୍ବତନ ପୌରଧକ୍ଷ ବିପ୍ଳବ ଚୌଧୁରୀ,ବ୍ଲକ କଂଗ୍ରେସ ସଭାପତି ଆଦୈତ୍ ଜେନା,ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣ ଚନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇ କଂଗ୍ରେସ ଦଳର ଐତିହ୍ୟ ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଦଳୀୟ କର୍ମୀମାନେ ଏକାଠି ହୋଇ ଗାଁଗାଁ ରେ ଘର ଘର ବୁଲି ଲୋକ ମାନଙ୍କୁ କଂଗ୍ରେସ ଦଳର ନୀତି ଆଦର୍ଶ ବିଷୟରେ କହିବା ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











