ମଧ୍ୟପ୍ରଦେଶ : ଡମ୍ଫରକୁ ଧକ୍କା ଦେବା ପରେ ବସରେ ଲାଗିଲା ନିଆଁ । ବସରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୩ ଯାତ୍ରୀ , ୧୪ ଆହତ । ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ପର ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାପରେ ବିସ୍ଫୋରଣ ଘଟି ବସଟି ହୁ ହୁ ହୋଇ ଜଳି ଉଠିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଏବଂ ନିଆଁ ଆଖିପିଛୁଳାକେ ବ୍ୟାପୀଯିବାରୁ ଯାତ୍ରୀ ହଠାତ୍ ବସରୁ ବାହାରିବା ସମ୍ଭବ ହୋଇନଥିଲା ଫଳରେ ଘଟଣା ସ୍ଥଳରେ ୧୧ଜଣ ଜୀବନ୍ତ ଦଗ୍ଧ ହୋଇଯାଇ ପ୍ରାଣ ହରାଇଥିଲେ । ପାଖାପାଖି ୧୪ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । । ବସ୍ର ୧୨ଜଣଙ୍କ ସମେତ ଡମ୍ପର ଡ୍ରାଇଭରଙ୍କ ଘଟଣାରେ ମୃତ୍ୟୁ ହୋଇଛି । ବୁଧବାର, ରାତି ପ୍ରାୟ ୯ଟା ବେଳକୁ ଏହି ଦୁର୍ଘଟଣା ଘଟିଛି । ବସଟି ଯାତ୍ରୀଙ୍କୁ ନେଇ ଗୁଣାରୁ ଆରୋନ୍ ଆଡକୁ ଯାଉଥିଲା । ସାମ୍ମାରୁ ଆସୁଥିବା ଏକ ଡମ୍ପରକୁ ବସଟି ମୁହାଁମୁହିଁ ଧକ୍କା ଦେଇଥିଲା । ଧକ୍କା ହେବା ପରେ ବସ୍ଟି ଓଲଟି ପଡିବାରୁ, ତେଲ ଟାଙ୍କିରେ ବିସ୍ଫୋରଣ ଘଟି ବସରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ତେବେ ନିଆଁକୁ ଆୟତ କରିବା ଏବଂ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ବେଶ୍ କଷ୍ଟସାଧ୍ୟ ହୋଇ ପଡିଥିଲା ।
ଚାହୁଁ ଚାହୁଁ ଜଳିଗଲା ବସ, ୧୩ ଜୀବନ୍ତ ଦଗ୍ଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











