ସୋନପୁର : ଘରୋଇ ଶିକ୍ଷାନୁଷ୍ଠାନ ପିକନିକ ବସ ଦୁର୍ଘଟଣା । ଦୁର୍ଘଟଣାରେ ୭ ଆହତ ହୋଇଛନ୍ତି । ଖମ୍ବଶିରିପାଲି ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ । ୪ ଆହତଙ୍କୁ ସୋନପୁର ଓ ୩ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ୪୫ ଛାତ୍ରଛାତ୍ରୀଙ୍କୁ ନେଇ ଦେଓମାଳିରୁ ଫେରିବା ବେଳେ ଦୁର୍ଘଟଣା । ଛିଡ଼ା ହୋଇଥିବା ଟ୍ରକ ପଛକୁ ଟ୍ରକ ପିଟିଥିବା ବେଳେ ସେହି ଟ୍ରକକୁ ବସ୍ ପଛପଟୁ ଧକ୍କା ଦେଇଥିବା ସୂଚନା ରହିଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ , ସୁବର୍ଣ୍ଣପୁର ସହରରର କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତୀମାନେ କୋରାପୁଟ ଜିଲ୍ଲା ଦେଓମାଳିକୁ ଭୋଜି କରିବାକୁ ଯାଇଥିଲେ । ଆଜି ସକାଳୁ ଫେରିବା ବେଳେ ଏଭଳି ଘଟିଛି ।
Views: 103