ନୂଆଦିଲ୍ଲୀ : ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ । ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ସିସିଟିଭି ଫୁଟେଜ୍ ଆସିଛି । ଏଥିରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି । ଚାଣକ୍ୟପୁରୀ ଠାରେ ଇସ୍ରାଏଲ ଦୂତାବାସ ପଛପଟେ ଥିବା ଜାଗାରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ହୋଇଥିଲା । ସଂଧ୍ୟା ପ୍ରାୟ ୫ଟା ୪୫ ମିନିଟରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ବିସ୍ଫୋରଣ ସଂପର୍କରେ ଫୋନ ଆସିଥିଲା ।
ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ, ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଓ ଫୋରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ତେବେ ସେଠାରୁ କୌଣସି ସନ୍ଦେହଜନକ ବସ୍ତୁ ସେଠାରୁ ମିଳିନଥିବା କୁହାଯାଇଛି । କୌଣସି ବସ୍ତୁରେ ତିନିରୁ ୪ଥର ବିସ୍ଫୋରଣ ହୋଇଥିବା ଦୂତାବାସର କର୍ମଚାରୀମନେ ଶୁଣିବାକୁ ପାଇଥିଲେ । କିନ୍ତୁ ବିସ୍ଫୋରଣ କେଉଁଠି ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଇସ୍ରାଏଲ୍ ଦୂତାବାସର ସମସ୍ତ କୁଟନୀତିଜ୍ଞ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରୁ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କ ଉଦ୍ଦେଶ୍ୟରେ ଲେଖାଥିବା ଏକ ଚିଠି ମିଳିଛି । ତେବେ ସେଥିରେ କଣ ଲେଖା ଅଛି ସ୍ପଷ୍ଟ ସୂଚନା ମିଳିନି । ଦିଲ୍ଲୀ ପୋଲିସ ଅଧିକ ଖୋଳତାଡ କରୁଛି ।
ନୂଆଦିଲ୍ଲୀ; ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ, ସିସିଟିଭିରେ ୨ ସନ୍ଦିଗ୍ଧ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...