The Ultimate Managed Hosting Platform
ADVERTISEMENT

ଜିରୋ ନାଇଟ ସେଲିବ୍ରେସନ ଗାଇଡ ଲାଇନ, ଟ୍ୱିନ୍ ସିଟିରେ କଡା ସୁରକ୍ଷା

Facebook
Twitter
LinkedIn

ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ବେଳେ ଟ୍ୱିନ ସିଟିରେ କଡା ସୁରକ୍ଷା । ପୋଲିସ ଛାଉଣୀରେ ରହିବ ଟ୍ୱିନସିଟି । ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୂଚନା ଦେଲେ ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନ ସିଟିରେ ବୁଲିବେ ସିପିଙ୍କ ସ୍ପେଶାଲ ସ୍କ୍ୱାଡ । ରାସ୍ତାରେ ମଦୁଆଙ୍କୁ ଧରିଲେ , ଅନ ଦ ସ୍ପଟ ଆକ୍ସନ ନେବ ପୋଲିସ । ସବୁ ଛକରେ ଚେକିଂ ଓ ବ୍ଲକିଂ ହେବ , ସାବାଡ ହେବେ ରୋଡ ରୋମିଓ । ଫୋକସରେ ବାର ଏବଂ ପବ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ । ଯେଉଁ ହୋଟେଲ୍ କିମ୍ବା ବାର୍ ମାଲିକମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନକରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତୃପକ୍ଷ ଧ୍ୟାନ ଦେବେ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ସେହିପରି ରାଜଧାନୀକୁ ସୁରକ୍ଷା ଯୋଗାଇ ଦେବାକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ବୋଲି ସୂଚନା ରହିଛି । ମଦୁଆଙ୍କ ପାଇଁ ସ୍ପେଶାଲ ୫ଟିି ପିସିଆର ଭ୍ୟାନ ବୁଲିବ । ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗା ଓ ତାରକା ହୋଟେଲ ସମ୍ମୁଖରେ ପୋଲିସ ପଇଁତରା ମାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login