ନୂଆଦିଲ୍ଲୀ : ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ । ସେଞ୍ଚୁରିଅନରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଭାରତ । ଆହତ କାରଣରୁ ଟେଷ୍ଟ ମ୍ୟାଚ୍ ଖେଳିବେନି ଇନଫର୍ମ ଫାଷ୍ଟ ବୋଲର ମହମ୍ମଦ ସାମି । ତାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ କ୍ଷତି । ଦକ୍ଷିଣ ଆଫ୍ରିକାରେ କେବେ ଟେଷ୍ଟ ସିରିଜ ଜିତିନି ଭାରତ । ଦକ୍ଷିଣ ଆଫ୍ରିକାରେ ଭାରତ ମୋଟ୍ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ଜିତିଛି ମାତ୍ର ୪ଟି । ୧୨ଟି ହାରିଥିବା ବେଳେ ୭ଟି ଟେଷ୍ଟ ମ୍ୟାଚ୍ ଡ୍ର ରହିଛି । ଅର୍ଥାତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟରେ ମାତ୍ର ୧୭ ପ୍ରତିଶତ ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଦୁଇ ଦେଶ ମୋଟ୍ ୧୫ଟି ଟେଷ୍ଟ ସିରିଜରେ ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୪ଟି ଓ ଦକ୍ଷିଣ ଆଫ୍ରିକା ଜିତିଛି ୮ଟି । ୩ଟି ସିରିଜ ଡ୍ର ହୋଇଛି । ତେବେ ଚଳିତ ସିରିଜରେ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡ଼ିପାରେ ଟିମ୍ ଇଣ୍ଡିଆ ।
Views: 96