The Ultimate Managed Hosting Platform
ADVERTISEMENT

ବିଜେଡିର ପରିବାର ସମ୍ପର୍କ ଅଭିଯାନ ସଭା

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁନଙ୍ଗ, ଅଁଳା ଓ ସିଂହାରପୁର ପଞ୍ଚାୟତର ରେ ବିଜେଡିର ପରିବାର ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କାଯୁନିଗମ୍ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେଡି ମହିଳା,ଛାତ୍ର,ଯୁବକ ଓ କର୍ମୀ ମାନେ ପୁନଙ୍ଗ ପଞ୍ଚାୟତରୁ ପଦଯାତ୍ରାରେ ବାହାରି ଚାରିପୋଲିଆ ସ୍ଥିତ ଜାତୀୟ କବି ବୀରକିଶୋର ଉଦ୍ୟାନ ପରିସରରେ ପହଞ୍ଚି ଏକ ପରିବାର ସମ୍ପର୍କ ଅଭିଯାନ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ଜଗତସିଂହପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ ମହାନ୍ତି,ଲକ୍ଷ୍ମୀକାନ୍ତ ସ୍ୱାଇଁ, ସୁଭ୍ରକାନ୍ତ ଜେନା, ଶେଖ୍ ରକିବ ଉଦ୍ଦିନ, ସୁଲଚନା ଦାସ,ପ୍ରମୁଖ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ପରିବାର ସମ୍ପର୍କ ଅଭିଯାନରେ କିପରି ଆମେ ସମସ୍ତ ପରିବାରକୁ ବିଜୁଜନତା ଦଳରେ ସାମିଲ କରି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ଓ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଜନସାଧାରଣଙ୍କ ପାଖରେ ପହଞ୍ଚିଛି କି ନାହିଁ ସେହି ବିଷୟରେ ଜନସାଧାରଣଙ୍କୁ ଜଣାଇବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ କିଭଳି ବିପୁଳ ସଂଖ୍ୟାରେ ଜିତିବ ସେଥିପାଇଁ ଦଳୀୟ ନେତା ଓ ଆଗଧାଡିର କର୍ମୀ ମାନେ ଆହ୍ବାନ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login