The Ultimate Managed Hosting Platform
ADVERTISEMENT

ରାୟଗଡା ଗସ୍ତରେ ରାଜ୍ୟପାଳ

Facebook
Twitter
LinkedIn

କୋରାପୁଟ : ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ କୋରାପୁଟ ଜିଲ୍ଲାର କାର୍ଯ୍ୟକ୍ରମ ସାରି ରାୟଗଡା ଜିଲ୍ଲାର ଗସ୍ତରେ ଆସି ଗୁମ୍ମା ଗ୍ରାମପଞ୍ଚାୟତରେ ୨୫୦ ସ୍ଵଂୟ ସହାୟକ ମହିଳା ମା ମାନଙ୍କ ସହ ସାକ୍ଷାତ କରି ମହିଳା ସଶକ୍ତିକରଣରେ କେତେ ଜଣ ମହିଳା ମାନେ ସ୍ବାବଲମ୍ବୀ ହେଲେ ଅନୁଧ୍ୟାନ କରିଥିଲେ। ଗୁମ୍ମା ଗ୍ରାମର ମହିଳା ତାଙ୍କ ସମସ୍ୟା ଜଣାଇଥିଲେ । ମହିଳା ଲଳିତା ବିଡ଼ିକାଙ୍କ ସମସ୍ୟା ଶୁଣି ତାଙ୍କୁ ୨୫,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। କଡାପାଡ଼ି ଗ୍ରାମକୁ ଯାଇ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ଯୋଜନା ସଫଳ ରୂପାୟନ ବିଷୟରେ ଆଲୋଚନା କରିଥିଲେ। ହାଲୁଆ ଗ୍ରାମପଞ୍ଚାୟତରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ଶୁଣି ସମାଧାନ କରିବେ ବୋଲି ଆଶ୍ୱାସନା ଦେଉଥିଲେ। ସେଠାରୁ ଚିନ୍ତାଲୁ ଗୁଡା ଏସଏଚଜି ଗ୍ରୁପଙ୍କ ସହ ସାକ୍ଷାତ କରି ସମସ୍ୟା ଶୁଣି ସମାଧାନ କରିବେ ବୋଲି ଆଶ୍ୱାସନା ଦେଲେ। ତାଡମା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଦ୍ଵିତୀୟ ବାଳିକା ଓଡ଼ିଶା ସମର ଶିକ୍ଷା ବାହିନୀ ଛାତ୍ରୀ ଓ ସ୍ଵଂୟ ଶାସିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ପାଠ ପଢି ଭବିଷ୍ୟତରେ କଣ କରିବାକୁ ଚାହାଁନ୍ତି ସେମାନେଙ୍କ ଲକ୍ଷ୍ୟ କଣ ପଚାରି ବୁଝି ଥିଲେ। ଉକ୍ତ ବିଦ୍ୟାଳୟର ସପ୍ତମ ଶ୍ରେଣୀ ପାଠ ପଢୁଥିବା ଛାତ୍ର ନିଖିଲ ନାଗବଂଶ ରାଜ୍ୟପାଳଙ୍କ ପୋଟଚିତ୍ର ସ୍ଵହସ୍ତ୍ରରେ ଆଙ୍କି ଭେଟି ଦେଇଥିଲା। ରାଜ୍ୟପାଳ ଖୁସି ହୋଇ ଛାତ୍ରକୁ ୧୧,୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କଲେ। ମଧ୍ୟାହ୍ନରେ ବାରିଝୋଲା ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଭାଷଣ ଦେଇଥିଲେ। ସେଠାରୁ ଜେମାଦେଇ ପେଣ୍ଠ ଚିକିତ୍ସାଳୟ ପରିଦର୍ଶନ କରି ରାୟଗଡା ମଝି ଘରିଆଣି ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରି ଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login