The Ultimate Managed Hosting Platform
ADVERTISEMENT

ଆଉ ଏକ ଜୀବନ ନେଲା ହଇଜା

Facebook
Twitter
LinkedIn

ରାଉରକେଲା : ହଇଜାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ତେବେ ମୃତ ବ୍ୟକ୍ତି ପାୱାର ହାଉସ ଅଞ୍ଚଳର ହୋଇଥିବା ବେଳେ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିଛି । କିଛି ଦିନ ହେଲା ରାଉରକେଲାରେ ଡରାଉଛି ଡାଇରିଆ । ଶହ ଶହ ଲୋକ ଆକ୍ରାନ୍ତ ହେବା ସହ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭିସି ମାଧ୍ୟମରେ ସମୀକ୍ଷା ବୈଠକ ହୋଇଛି । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି । ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ପାଇଁ ବିଶେଷଜ୍ଞମାନେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ଏହାର ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...

Login