The Ultimate Managed Hosting Platform
ADVERTISEMENT

ନିଆଁ ଲାଗି ଜଳିଗଲା ଅମଳ ଧାନ

Facebook
Twitter
LinkedIn

ବସ୍ତା : ବସ୍ତା ଥାନା ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ ଅଘଟଣ। ଧାନ ଖଳାରେ ନିଆଁ ଲାଗି ୫୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ , ଗ୍ରାମର ସୁବଳ ଚନ୍ଦ୍ର ବେହେରା ୧୨ ଏକର ଜମିର ଅମଳ ଧାନକୁ ଧାନ ଖଳାରେ ଗଚ୍ଛିତ କରି ରଖିଥିଲେ। ତେବେ ଅକଣ୍ଡାରେ ନିଆଁ ଲାଗି ପରେ ଗଚ୍ଛିତ ଧାନକୁ ନିଆଁ ସଞ୍ଚାରିତ ହୋଇଥିଲା।ଯାହାଦ୍ବାରା ଧାନଖଳାରେ ଗଚ୍ଛିତ ଥିବା ୨ ଶହ କ୍ବିଣ୍ଟାଲ ଧାନରୁ ପାଖାପାଖି ପଚାଶ କ୍ବିଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଯାଇଛି।ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ପହଞ୍ଚି ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ସଠିକ୍ ଜଣାପଡ଼ି ନଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ଅନୁମାନ କରିଛନ୍ତି। ପୋଡି ଯାଇଥିବା ଧାନର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login