କଟକ : କିଡନୀ ଦେବା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗ ମାମଲା । ଅଭିଯୋଗର ତଦନ୍ତ ଜଣେ ଏଡିସିପି କରିବେ କହିଲେ କଟକ ଡିସିପି । ଅଭିଯୋଗର ବିସ୍ତୃତ ଭାବେ ତଦନ୍ତ କରାଯିବ । ମଙ୍ଗଳାବାଗ ଥାନାରେ ଏତଲା ହୋଇଛି । ସବୁ ଦିଗକୁ ନେଇ ତଦନ୍ତ ହେବ । ଅଙ୍ଗ ଦାନର ସମସ୍ତ ନିୟମ ପାଳନ ହୋଇଛି କି ନାହିଁ ତଦନ୍ତ ହେବ । ଏଥିରେ ଆଉ କେହି ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ ସେ ଦିଗ ପ୍ରତି ଗୁରୁତ୍ୱ ଦିଆଯିବ ।
ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲ କୁମାର ମାଝୀ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ କଟକ ଆସିଥିଲେ । ଏହାପରେ ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା । ଏଥିପାଇଁ କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ । ଏହି ସମୟରେ ରାଣୀହାଟ ଅଞ୍ଚଳର ମାର୍କଣ୍ଡ ନାଥ ନାମକ ଜଣେ ଲୋକ ତାଙ୍କ ସହ ଯୋଗାଯୋଗ କରିଥିଲେ, ଆଉ ଟଙ୍କା ଦେଲେ କିଡନୀ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କୁଟୁଲୁ ମାର୍କଣ୍ଡଙ୍କୁ ବିଭିନ୍ନ ପର୍ୟ୍ୟାୟରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ । ହେଲେ ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଇନଥିଲେ ମାର୍କଣ୍ଡ । ଏ ଭିତରେ ବର୍ଷେ ବିତିଗଲା । ଫଳରେ ବାଧ୍ୟ ହୋଇ କୁଟୁଲୁ ଓ ତାଙ୍କ ପରିବାର ରାଣୀହାଟ ଅଞ୍ଚଳର ଲୋକଙ୍କୁ ଜଣାଇଲେ । ଏହାପରେ ସ୍ଥାନୀୟ ଲୋକ ଠକକୁ ଧରି ପଚରାଉଚରା କରିବା ସହ ମଙ୍ଗଳବାଗ ଥାନା ପୋଲିସର ଜିମା ଦେଇଛନ୍ତି ।
କିଡନୀ ଦେବା ପ୍ରତିଶ୍ରୁତି ଦେଇ ଠକେଇ; ତଦନ୍ତ କରିବେ ଏଡିସିପି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











