ଭୁବନେଶ୍ୱର : ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଉଚ୍ଚ ସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଭିଡିଓ କନଫରେନ୍ସ ଜରିଆରେ କରିବେ ସ୍ଥିତିର ସମୀକ୍ଷା । ବୈଠକରେ ଯୋଗଦେବେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବ । କେରଳରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ସମୀକ୍ଷା ବୈଠକ । କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରିଛନ୍ତି।
ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ। ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେମିତି ଟେଷ୍ଟ କରାଯିବ। ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ। ଯଦି ଆସେ, ଜିନୋମ ସିକ୍ୱେନ୍ସ ପାଇଁ ପଠାଯିବ।
ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଏଣ୍ଟରେ ଗୁରୁତର ହେବାର କୌଣସି ସୂଚନା ନାହିଁ। ତଥାପି ସର୍ଭେଲାନ୍ସ ଜାରି ରହିଛି। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି। ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସ୍ୱାସ୍ଥ୍ୟ ବିଭାଗ କରିଛି । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି ସେମାନେ କୋଭିଡ୍ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।
ଆଜି କୋଭିଡ ସମୀକ୍ଷା ବୈଠକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...