ଭୁବନେଶ୍ୱର : ରାଜ୍ୟବ୍ୟାପି ଅମଲାଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ସ୍ଥଗିତ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନେ୍ଦାଳନ ସ୍ଥଗିତ । ୧୦ ଦିନ ମଧ୍ୟରେ ଦାବି ପୂରଣ ଲାଗି ପ୍ରତିଶ୍ରୁତି ମିଳିଥିବା ସୂଚନା । ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତରଞ୍ଜନ ତରାସିଆଙ୍କ ସୂଚନା । ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ୟ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ୧୯୦୦ ଟଙ୍କା ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ଦରମା ପାଇଁ ଦାବି କରୁଛନ୍ତି ଅମଲା । ଏଥିପାଇଁ ପୂର୍ବରୁ ଜୁନ୍ ମାସରେ ମଧ୍ୟ ଆନ୍ଦୋଳନ କରିଥିଲେ ଅମଲା । ସେତେବେଳେ ଅମଲାଙ୍କ ଦାବି ଶୀଘ୍ର ସରକାର ପୂରଣ କରିବେ ବୋଲି କୁହାଯାଇଥିଲା । କିନ୍ତୁ ସରକାରଙ୍କ ଅସ୍ପଷ୍ଟ ନୀତି ପାଇଁ ପୁଣିଥରେ କାର୍ୟ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା ସଂଘ ।
Views: 57