ରାଉରକେଲା: ଷ୍ଟିଲ ସିଟିରେ ମାଡୁଛି ହଇଜା । ଏଯାଏଁ ମୃତ୍ୟୁ ସଂଖ୍ୟା ୧୦ ଟପିଥିବା ସୂଚନା । ହଇଜାରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ହଜାରେ ଟପିଲାଣି । ରାଉରକେଲା ଆରଜିଏଚରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଥିବା ରୋଗୀଙ୍କ ମଳ ନମୁନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି। ଭିବ୍ରିଓ କଲେରି ଅଥବା କୋମା ବାସିଲସ ଭୁତାଣୁ ରହିଥିବା ସୂଚନା ମିଳିଛି। ସହରରେ ଝାଡ଼ାବାନ୍ତି କିପରି ଆଉ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ରହିଛି।ଯୁଦ୍ଧକାଳୀନ ଭିତ୍ତିରେ ଫାଟିଥିବା ପାଣି ପାଇପର ମରାମତି କାର୍ୟ୍ୟ ଜାରି ରହିଛି। ସହରରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ପାଇପରେ ମୋଟ ୫୧ଟି ସ୍ଥାନରେ ଲିକେଜ ଚିହ୍ନଟ ହୋଇଛି। ମରାମତି ପାଇଁ ୨୦ଟି ଟିମ୍ ନିୟୋଜିତ ହୋଇଛନ୍ତି। ୧୦୦ରୁ ଉର୍ଦ୍ଧ୍ବ ଆଶାକର୍ମୀ , ଏଏନଏମ୍ ଘରକୁ ଘର ବୁଲି ରୋଗ ନବ୍ୟାପିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ସଚେତନ କରୁଛନ୍ତି।
୬ଟି ମୋବାଇଲ ଡାକ୍ତରୀ ଟିମ୍ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳକୁ ଯିବେ ସ୍ବାସ୍ଥ୍ୟ ଓ ନଗର ଉନ୍ନୟନ ସଚିବ। ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ରାଉରକେଲା ଯିବେ। ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନସିଂରେ ସ୍ଥିତିର ସମୀକ୍ଷା କରିଛନ୍ତି। .
ରାଉରକେଲାରେ ବ୍ୟାପୁଛି ହଇଜା, ମୃତ୍ୟୁ ସଂଖ୍ୟା ୧୦ ଟପିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











