ମହାରାଷ୍ଟ୍ର : ମୋ ପ୍ରେମିକ ମୋ ଉପରେ କାର ଚଢାଇ ଦେଲା । ଆଉ ମୋତେ ରାସ୍ତା ଉପରେ ମାରିବାକୁ ଛାଡିଦେଲା । ମୋ ପ୍ରେମିକ ଥିଲା ବିବାହିତ । ଏହା ଜାଣିବା ପରେ ବି ମୁଁ ସମ୍ପର୍କ ଭାଙ୍ଗି ନ ଥିଲି । ଦୀର୍ଘ ୪ ବର୍ଷର ଥିଲା ଆମ ପ୍ରେମ । ଏ ହେଉଛି ପ୍ରେମିକାର ବଡ ଅଭିଯୋଗ । ୨୬ ବର୍ଷୀୟା ବ୍ୟୁଟିସିଆନ ପ୍ରିୟା ଉମେନ୍ଦ୍ର ସିଂହ ନିଜ ପ୍ରେମିକ ବିରୋଧରେ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ମୁମ୍ବାଇର ଥାନେ ଅଞ୍ଚଳରେ ଘଙ୍କିଛି ଏଭଳି ଘଟଣା । ତେବେ ପୁରା ଘଟଣା ସମ୍ପର୍କରେ ଆସନ୍ତୁ ଜାଣିବା । ପ୍ରିୟା ଏବଂ ପ୍ରେମିକ ଅଶ୍ୱଜିତଙ୍କ ମଧ୍ୟରେ ଗତ ୪ ବର୍ଷ ହେଲାଣି ପ୍ରେମ ସଂପର୍କ ରହିଛି । ଅଶ୍ୱଜିତ ବିବାହିତ ବୋଲି ଗତ କିଛିଦିନ ତଳେ ପ୍ରିୟା ଜାଣିବାକୁ ପାଇଥିଲେ । ତଥାପି ତାଙ୍କ ସହିତ ସେ ସଂପର୍କ ଭାଙ୍ଗିନଥିଲେ । ଗତ ୧୧ ତାରିଖ ଦିନ ପ୍ରିୟା ଅଶ୍ୱଜିତଙ୍କୁ ଦେଖାକରିବା ପାଇଁ ମୁମ୍ବାଇର ଥାନେ ଅଞ୍ଚଳରେ ଏକ ହୋଟେଲକୁ ଯାଇଥିଲେ । ସେଠାରେ ସେ ଅଶ୍ୱଜିତ ଏବଂ ତାଙ୍କ ପତ୍ନୀଙ୍କୁ ଦେଖିଥିଲେ । ଏହାପରେ ପ୍ରିୟା ଏବଂ ଅଶ୍ୱଜିତଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେଠାରେ ଥିବା ଅଶ୍ୱିଜିତଙ୍କ ସାଙ୍ଗ ପ୍ରିୟାକୁ ମାଡ ମାରିଥିଲେ । ପରେ ନିଜ ଏସୟୁଭି ଚଢ଼ାଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ ବୋଲି ପ୍ରିୟା ଅଭିଯୋଗ କରିଛନ୍ତି ।ଏହି ଘଟଣାରେ ପ୍ରିୟା ଗୁରୁତର ଆହତ ହୋଇଛନ୍ତି । ପ୍ରିୟା ଏବେ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଗୋଡ଼ର ହାଡ ଭାଙ୍ଗିଯାଇଛି ।ଅଶ୍ବଜିତ ହେଉଛନ୍ତି ମହାରାଷ୍ଟ୍ରର ଜଣେ ବରିଷ୍ଠ ପ୍ରଶାସକଙ୍କ ପୁଅ । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଲେଖିଛନ୍ତି । ପ୍ରିୟାଙ୍କ ଅଭିଯୋଗ ଉପରେ କାସରଡ଼ବଲି ପୋଲିସ୍ ତଦନ୍ତ କରୁଛି ।
ତେବେ ଅଶ୍ୱଜିତ ଜଣେ ପ୍ରଶାସନିକ ପୁଅ ହୋଇଥିବାରୁ ପୋଲିସ ତାଙ୍କ ନାମରେ କେସ୍ ଦାୟର କରିନଥିଲା । ଏହାପରେ ପ୍ରିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସଂପୂର୍ଣ୍ଣ ଘଟଣା ବିଷୟରେ ସେୟାର କରିଥିଲେ । ପୋଷ୍ଟ ଭାଇରଲ ହେବା ପରେ କେସ୍ ଦାୟର କରିଥିଲା ପୋଲିସ । ମାମଲା ରୁଜୁ ହେବା ପରେ ପୋଲସ ଏହି ଘଟଣାର ଛାନଭିନ୍ କରୁଛି । ସମସ୍ତ ୩ ଜଣ ଅଭିଯୁକ୍ତଙ୍କ ନାମରେ କେସ୍ କରାଯାଇଛି । ଏବେ ପ୍ରିୟା ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ନିର୍ଦ୍ଦୟ ପ୍ରେମିକ, ଚଢାଇଦେଲା ଗାଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











