କେରଳ : ସାବରମାଳା ଦର୍ଶନ ପାଇଁ ଆସୁଥିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । କେରଳ ମାଲାପୁରମ ନିକଟରେ ବସକୁ ଧକ୍କା ଦେଲା ଅଟୋ । ୫ ମୃତକଙ୍କ ମଧ୍ୟରେ ୨ ଶିଶୁ ରହିଛନ୍ତି । ବସରେ କର୍ଣ୍ଣାଟକରୁ ଶ୍ରଦ୍ଧାଳୁ ଆସୁଥିବା ବେଳେ ଦୁର୍ଘଟଣା । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି ।ତେବେ ବସ ଅଟୋ ମୁହାମୁହିଁ ଧକ୍କା ହେବା ଫଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଫଳରେ ଅଟୋ ଡ୍ରାଇଭର ସମେତ ଅଟୋରେ ବସିଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।ଦୁର୍ଘଟଣା ଘଟିବା ସମୟରେ ଲୋକମାନଙ୍କ ଚିତ୍କାରରେ ପୂରା ଅଞ୍ଚଳ ଫାଟି ପଡ଼ୁଥିଲା । ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବା ପାଇଁ ୧୧୨ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଅନ୍ୟପଟେ ପୋଲିସକୁ ସମ୍ପୃକ୍ତ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ।ମଲ୍ଲପୁରମ ଜିଲ୍ଲା ପୋଲିସ ମୁଖ୍ୟ ଶଶୀଧରନ ଏସ୍. କହିଛନ୍ତି ଯେ ଏକ ବସ୍ ଏବଂ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ପୋଲିସ ଅଧିକ୍ଷକଙ୍କ କହିବା ଅନୁସାରେ ସେମାନେ ଦୁର୍ଘଟଣା ସ୍ଥଳକୁ ସଠିକ୍ ଭାବରେ ଯାଞ୍ଚ କରିବା ସହ ରାସ୍ତାରେ କିଛି ଅସୁବିଧା ଅଛି କି ନାହିଁ ତଦନ୍ତ କରିବେ । ଏହିପରି ଦୁର୍ଘଟଣା ଯେପରି ପୁନର୍ବାର ନହୁଏ ସେଥିପାଇଁ ପଦକ୍ଷେପ ନିଆଯିବ ।
ସାବରମାଳା ଦର୍ଶନ ହେଲା କାଳ ; ୫ ମୃତ, ୫ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











