The Ultimate Managed Hosting Platform
ADVERTISEMENT

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପୋଲିସ ପାଇବେ ମେଡାଲ

Facebook
Twitter
LinkedIn

ନୂଆଦିଲ୍ଲୀ: ଆସନ୍ତା କାଲି ସାରା ଦେଶ ପାଳନ କରିବ ୭୩ ତମ ସାଧାରଣତନ୍ତ୍ର ଦିବସ । ଏହି ବିଶେଷ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ ମେଡାଲ୍ । ଏଥିରେ ଦେଶର ମୋଟ ୯୩୯ ଜା ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ସେଥି ମଧ୍ୟରୁ ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଓ ଉଲ୍ଲେଖନୀୟ ସେବା ପାଇଁ୮୮ ଜଣ ମନୋନୀତ ହୋଇଛନ୍ତି । ସେହିପରି ୧୮୯ ଜର ପୋଲିସ କର୍ମଚାରୀଙ୍କୁ ସାହସିକତା ପାଇଁ ପୁରସ୍କୃତ କରାଯିବାକୁ ଘୋଷଣା କରାଯାଇଛି ।

ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟରୁ ୨ ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନୀତ ହୋଇଛନ୍ତି । ତେବେ ଉଲ୍ଲେଖନୀୟ ସେବା ପାଇଁ ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଓ କନଷ୍ଟେବଳ ପ୍ରଦୀପ ମହାନ୍ତି । ରାଜ୍ୟର ସାହସିକତା ଲାଗି ମନୋନୀତ ହୋଇଥିବା ୯ ଜଣ ହେଲେ ଯବାନ ଜୟରାମ କବାସିଙ୍କୁ ମିଳିବ ମରୋଣତ୍ତର ସାହସିକତା ପୋଲିସ ପଦକ । ସେ ଓଡିଶା ଆର୍ମଡ ପୋଲିସ ଫୋର୍ସରେ ଥିଲେ । ସେହିପରି ଆଇପିଏସ୍ ରିଷିକେଶ ଦ୍ୟାନଦେଓ, ଓଏପିଏଫର ରାମୁ ଦୁରୁଆ, କନଷ୍ଟେବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ , ଜୀବନ ସାହି ଓ ଔଷଧିନାଥ ବେହେରାଙ୍କୁ ମିଳିବ ପୋଲିସ ସାହସିକତା ପଦକ । ସେହିପରି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ୱକର୍ମାଙ୍କୁ ମିଳିବ ପୋଲିସ ପଦକ ।

ସେହିପରି ୧୧ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ମିଳିବ ପୋଲିସ ପଦକ । ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକ ଡିଏସପି କମଳଲୋଚନ ଭୂୟାଁ, କଟକ ଭିଜିଲାନ୍ସ ଡିଏସପି ସୁଜାତା ଖଣ୍ଡୁଆଳ, କଟକ ସ୍ୱତନ୍ତ୍ର ଶାଖାର ଡିଏସପି ରଘୁନାଥ ପ୍ରସାଦ ନାୟକ, ଭୁବନେଶ୍ୱର ୟୁପିଡି ଏସିପି ଅରୁଣ କୁମାର ସ୍ୱାଇଁ, କଟକ ଭିଜିଲାନ୍ସର ହାବିଲଦାର ଶେଖ୍ ଆତ୍ତାଉଲ୍ଲା, କଟକ ସହାୟକ ଉପ-ପୋଲିସ ନୀରିକ୍ଷକ କୃତିବାସ ପଣ୍ଡା, ସମ୍ବଲପୁର ଉପ ପୋଲିସ ନୀରିକ୍ଷକ ମଧୁସୂଦନ ବେହେରାଙ୍କୁ ମିଳିବ ପୋଲିସ ପଦକ । ସେହିପରି ଭୁବନେଶ୍ୱର ଏସଓଜି ଉପ-କମାଣ୍ଡାଣ୍ଟ ପବଲ ଦୟାଲ, ଗଞ୍ଜାମ ଛତ୍ରପୁର ଡିଏସପି ଅଜୟ କୁମାର ମିଶ୍ର ଓ ବ୍ରହ୍ମପୁର କନଷ୍ଟେବଳ ମାଇଲି ମୋହନଙ୍କୁ ପ୍ରଶଂସନୀୟ ସେବା ପାଇଁ ପାଇବେ ପୋଲିସ ପଦକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login