The Ultimate Managed Hosting Platform
ADVERTISEMENT

ଏସଆରସିର ନୂଆ ଗାଇଡଲାଇନ୍ ମଧ୍ୟରେ ପାଳନ ହେବ ସାଧାରଣତନ୍ତ୍ର ଦିବସ

Facebook
Twitter
LinkedIn

ଭୁବନେଶ୍ୱର: ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ । ମହାମାରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହୋଇଛି ନୂତନ ଗାଇଡଲାଇନ୍ । ଏସ୍‌ଆର୍‌ସିର ଏହି ନୂତନ ଗାଇଡ ମଧ୍ୟରେ ସାରା ଦେଶ ପାଳନ କରିବ ୭୩ ତମ ସାଧାରଣତନ୍ତ୍ର ଦିବସ ।ତେବେ ଗାଇଡଲାଇନ୍ ଅନୁଯାୟୀ, ବ୍ୟକ୍ତିଗତ ଭାବେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣକୁ ଅନୁମତି ଦିଆଯାଇଥିବା ବେଳେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ପାଇଁ ୧୦ ଜଣକୁ ଅନୁମତୀ ଦିଆଯାଇଛି । ଏଥି ସହ ମାସ୍କ ବ୍ୟବହାର ଓ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି ।

ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ । ଏଥିରେ ୧୦ଟି ଟ୍ରୁପ୍ ସାମିଲ ହୋଇଛନ୍ତି । ଯେଉଁଥିରେ ୨ ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଛନ୍ତି ।

ପୋଲିସ ଡିଜି ସୁନିଲ୍ ବଂଶଲ ଫାଇନାଲ୍ ପରେଡ ରିହରସାଲକୁ ନୀରକ୍ଷଣ କରିଛନ୍ତି । ପରେଡରେ ଅଂଶଗ୍ରହଣ କରୁଥିବା ସମସ୍ତ ସଦସ୍ୟଙ୍କ ଆର୍ଟିପିସିଆର ଟେଷ୍ଟ ହେବ । ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login