The Ultimate Managed Hosting Platform
ADVERTISEMENT

ଲୋକସଭାରେ ବିରୋଧୀଙ୍କ ହଙ୍ଗାମା, ୨ଟା ଯାଏଁ ଗୃହ ମୁଲତବୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା , ହଟ୍ଟଗୋଳ । ଗତକାଲିର ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ । ଗୃହକୁ ୨ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି । ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଂସଦ ମାନେ ପାସ୍ ଇସ୍ୟୁ କରିବା ବେଳେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଆଜି ସଂସଦର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ବୟାନ ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ଏପରିକି ଗୃହରେ ବିରୋଧୀ ହଙ୍ଗାମା କରିବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହାସହ ବାଚସ୍ପତି କହିଛନ୍ତି ଆମେ ସମସ୍ତେ ଏଥିପାଇଁ ଚିନ୍ତିତ ଅଛୁ । ବଡ଼ କଥା ହେଉଛି ମହିସୁର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାଁରେ ଭିଜିଟର୍ସ ପାସରେ ସଂସଦକୁ ଆସିଥିଲେ ଦୁଇ ଯୁବକ । ଯାହାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ସେପଟେ ଏହି ପ୍ରସଙ୍ଗରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସୁରକ୍ଷା ସହ ଜଡ଼ିତ ୮ଜଣଙ୍କୁ ନିଲମ୍ବିତ କରଯାଇଛି । ଲୋକସଭା ସେକ୍ରେଟାରିଏଟ ପକ୍ଷରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login