The Ultimate Managed Hosting Platform
ADVERTISEMENT

ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ଅସୁସ୍ଥ

Facebook
Twitter
LinkedIn

ସମ୍ବଲପୁର : ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ଅସୁସ୍ଥ ।ଶିଶୁର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଛି। ସୁରକ୍ଷିତ ରହିଛି ଗୋଡ଼ ହାତ। ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ। ଦରକାର ପଡିଲେ ଶିଶୁକୁ କଟକ ସ୍ଥାନାନ୍ତର କରିପାରନ୍ତି । ସମ୍ଭବତଃ ବୋରୱେଲ ଭିତରକୁ ଫିଙ୍ଗିବା ସମୟରେ ଲୁହା ପାଇପରେ ବାଡ଼େଇ ହୋଇ ଆଘାତ ଲାଗିଛି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି। ସେପଟେ ମଙ୍ଗଳବାର ନବଜାତ ଶିଶୁ କନ୍ୟାକୁ ବୋରୱେଲରୁ ଉଦ୍ଧାର ପରେ କିଏ ଓ କାହିଁକି ଏହି ବୋରୱେଲ ମଧ୍ୟରେ ଶିଶୁ କନ୍ୟାକୁ ଫିଙ୍ଗିଥିଲା, ସେ ବିଷୟରେ ତଦନ୍ତ ଆରମ୍ଭ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login