ନୂଆଦିଲ୍ଲୀ : ବିଳମ୍ବରେ ଉଡାଣ ଭରିବା ଏୟାର ଇଣ୍ଡିଆକୁ ମହଙ୍ଗା ପଡିଛି । ଏବେ ୨ ଲକ୍ଷ ଟଙ୍କା ଯାତ୍ରୀଙ୍କୁ ଦେବ କ୍ଷତିପୂରଣ। ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ସେହି ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛି । ସୂଚନା ମୁତାବକ, ୨୦୦୩ ଡିସେମ୍ବର ୧୩ ତାରିଖରେ ଏନସିଡିଆସି ପାଖରେ ଚାରିଜଣ ଲୋକ ଏୟାର ଇଣ୍ଡିଆର ତିରୁଅନନ୍ତପୁରମରୁ ଚେନ୍ନାଇ, ଚେନ୍ନାଇରୁ କୋଲକତା ପରେ କୋଲକତାରୁ ଦିବ୍ରୁଗଡ ଯିବାକୁ ଚାରିଟି ଅଲଗା ଅଲଗା ଟିକେଟ କିଣିଥିଲେ । ତିରୁଅନନ୍ତପୁରମ-ଚେନ୍ନାଇ ଉଡାଣରେ ବିଳମ୍ବ ହୋଇଥିଲା, ଯେଉଁଥିପାଇଁ ଚେନ୍ନାଇରୁ କୋଲକତା ଏବଂ କୋଲକତାରୁ ଦିବ୍ରୁଗଡ ବିମାନ ମିସ୍ ହୋଇଯାଇଥିଲା । ସେହିପରି ବେଙ୍ଗାଲୁରୁରୁ କୋଲକତା ପାଇଁ ସକାଳ ୬ଟାରେ ବିମାନ ଉଡାଣ ଭରିବାର ଥିଲା କିନ୍ତୁ ଅଧରାତିରେ ଏହା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଏୟାରଲାଇନ୍ସରେ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ମଧ୍ୟ ଖରାପ କ୍ୱାଲିଟିର ରହିଥିଲା । ଏହା ପରେ ବ୍ୟକ୍ତି ଜଣକ ଜିଲ୍ଲା ଫୋରମରେ ଏୟାରଲାଇନ୍ସ ବିପକ୍ଷରେ ଅଭିଯୋଗ ଦାଏର କରିଥିଲେ । ୨୦୦୩ରେ ଏହି ଘଟଣା ଘଟିଥିଲା ।
ବିଳମ୍ବରେ ଉଡାଣ ଭରିବା ପଡିଲା ମହଙ୍ଗା , ଯାତ୍ରୀଙ୍କୁ ୨ ଲକ୍ଷ କ୍ଷତି ପୂରଣ ଦେବ ଏୟାରଇଣ୍ଡିଆ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











