ଭୁବନେଶ୍ୱର: ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ବୋର୍ଡର ପ୍ରେସମିଟ । ଆସନ୍ତା ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୨୦ରେ ସାହିତ୍ୟ ପରୀକ୍ଷା ରହିଥିବାବେଳେ ଫେବୃୟାରୀ ୨୩ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ ସଂସ୍କୃତ ଏବଂ ମାର୍ଚ୍ଚ ୨ରେ ବିଜ୍ଞାନଓ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା । ୫ଲକ୍ଷ ୫୧ହଜାର ୬୫୧ ଜଣ ଫର୍ମଫିଲ୍-ଅପ କରିଛନ୍ତି । ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା । ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ରହିବ ସିସିଟିଭି। ଓ୍ୱେବ ଟେଲିକାଷ୍ଟିଂ କରିବା ଯୋଜନା କରାଯାଉଛି । ଏଆଇ ଜରିଆରେ ପରିଚାଳନା ତ୍ରୁଟି ଜାଣିବାକୁ ବ୍ୟବସ୍ଥା ।
Views: 107











