ଧର୍ମଶାଳା : କମେଣ୍ଟ ମାରିବା ପଡିଲା ମହଙ୍ଗା । ରୋଡ ରୋମିଓକୁ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଆଜି ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କାନପୁର ଛକ ନିକଟରେ। ଥାନୁଆଳ ପଞ୍ଚାୟତ ଅନ୍ତର୍ଗତ ଗୁଆରଙ୍ଗ ଗାଁ ର କିଛି କଲେଜ ଛାତ୍ରୀଙ୍କୁ ଏହି ଅସାମାଜିକ ଯୁବକ ଗ୍ୟାଙ୍ଗ ବାଟରେ କମେଣ୍ଟ ମାରିବା ସହ ଜୋରଜବରଦସ୍ତି ଫୋନ୍ ନମ୍ୱର୍ ମାଗିବା ସହ ମାରିବାକୁ ଧମକ ଦେଉଥିଲେ। ଏ ନେଇ ଛାତ୍ରୀ ମାନେ ନିଜ ଘରେ ଜଣାଇଥିବା ବେଳେ ଆଜି ସେହି ଯୁବକ ମାନେ ପୁଣି ପିଛା କରି ଅସଦାଚରଣ କରିଥିବା ବେଳେ ଧରା ପଡି ନିସ୍ତୁକ ମାଡ଼ ଖାଇବା ସହ ପୋଲିସ ସେମାନଙ୍କୁ ଥାନାକୁ ନେଇ ଯାଇଛି। ତେବେ ଗତକାଲି ଧର୍ମଶାଳା ନିକଟ ମଙ୍ଗଳପୁର ଗ୍ରାମର ଜଣେ ସ୍କୁଲ ଛାତ୍ରୀଙ୍କୁ ମଧ୍ୟ ଏହି ଗ୍ୟାଙ୍ଗ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ଯୁବକ ମାନେ କାନପୁର ଛକରେ ଅଟକ ଥିବା ଜାଣି ସେମାନେ ଏକ ବୋଲେରୋ ଗାଡି ରେ ପହଞ୍ଚିବା ପରେ ଯୁବକ ମାନଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ପାଇଁ କାନପୁର ଛକ ଲୋକାରଣ୍ୟ ହେବା ସହ ଦୁଇ ଅସାମାଜିକ ଯୁବକକୁ ପୋଲିସ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନା କୁ ନେଇଛି। ଯୁବକ ମାନେ ବ୍ୟବହାର କରୁଥିବା ଏକ ବା ଇ କି କୁ ଲୋକେ ଜବତ କରିଛନ୍ତି।ପୋଲିସ ଥାନା କୁ ଆଣି ଅଟକ ରଖିବା ସହିତ ଏସଡିପିଓ ସଞ୍ଜୟ କୁମାର ପଟନାୟକ ତଦନ୍ତ ଜାରି ରଖିଛନ୍ତି ।
ରୋଡ ରୋମିଓକୁ ମାଡ ମାରି ପୋଲିସ ଜିମା ଦେଲେ ଲୋକେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











