The Ultimate Managed Hosting Platform
ADVERTISEMENT

ଯାଦବ ମହାସଭା ପକ୍ଷରୁ ସରବନ୍ତ ସମୁଦ୍ର ବେଳା ଭୂମିରେ ମହୋଦଧି ଆଳତୀ ଅନୁଷ୍ଠିତ

Facebook
Twitter
LinkedIn

ବାଲିକୁଦା : ବାଲିକୁଦା ବ୍ଲକ ଯାଦବ ମହାସଭା ଆନୁକୂଲ୍ୟରେ ସମଗ୍ର ବିଶ୍ୱ ତଥା ଆମ ଅଞ୍ଚଳର କଲ୍ୟାଣ ନିମନ୍ତେ ସରବନ୍ତର ସମୁଦ୍ର ବେଳା ଭୁମି ନିକଟ ଏରସମା ବ୍ଲକର ଗଡ଼ହରିସପୁର ପଞ୍ଚାୟତର ସରବନ୍ତଠାରେ ପୁରାଣ ବର୍ଣ୍ଣିତ ଝାଡୁଆ ଜଗନ୍ନାଥ ଭାବେ ପୂଜିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠରେ ପୂର୍ବାହ୍ନରେ ପୂଜାର୍ଚ୍ଚନା କରାଯିବା ସହିତ ନିକଟସ୍ଥ ସମୁଦ୍ର ବେଳାଭୁମିକୁ ଯାଇ ମହୋଦଧି କୂଳରେ ପୂଜାର୍ଚ୍ଚନା କରିବା ସହିତ ମହୋଦଧି ଆଳତୀ କରାଯାଇ ମଙ୍ଗଳ କାମନା କରାଯାଇଥିଲା। ବାଲିକୁଦା ବ୍ଲକ୍ ଯାଦବ ମହାସଭା ଡିସେମ୍ବର୍ ୧୨ ତାରିଖ ୨୦୨୨ ମସିହା ଆଜିର ଦିନରେ ସରକାରୀସ୍ତରରେ ସ୍ୱୀକୃତି ପାଇବା ସହିତ ଆମ ଅଞ୍ଚଳରେ ଜନସାଧାରଣଙ୍କ ସେବାକାର୍ୟ୍ୟ କରିବାର ପ୍ରୟାସ ଆରମ୍ଭ କରାଯାଇଥିଲା । ଆମ ଅଞ୍ଚଳର ଯାଦବ ଭାଇମାନଙ୍କର ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ସେହି ସବୁ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ସହିତ ଯାଦବ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଏହି କାର୍ୟ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login