The Ultimate Managed Hosting Platform
ADVERTISEMENT

ପାକରେ ପୁଣି ଆତଙ୍କୀ ଆକ୍ରମଣ, ୪ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ପୁଣିଥରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳ ଥରି ଉଠିଛି । ଆତଙ୍କବାଦୀମାନେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ଗାଡିକୁ ଖାଇବର ପାଖ୍ଟନଖୱା ସହରର ଏକ ପୋଲିସ୍ ଷ୍ଟେସନ କାନ୍ଥରେ ଧକ୍କା ଦେଇଥିଲେ । ଯାହା ପରେ ସେଠାରେ ବିସ୍ପୋରଣ ହୋଇଥିଲା । ଏହି ଘଟଣାରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ଆତଙ୍କବାଦୀମାନେ ମଙ୍ଗଳବାର ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ସିଧାସଳଖ ପୋଲିସକୁ ଟାର୍ଗେଟ କରିଛନ୍ତି । ପୋଲିସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅତି କମରେ ଚାରି ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଘଟଣାରେ ୧୬ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଦକ୍ଷିଣ ୱାଜିରିସ୍ତାନ ଆଦିବାସୀ ଜିଲ୍ଲା ସୀମାନ୍ତରେ ଥିବା ଡେରା ଇସମାଇଲ ଖାନ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login