ଭୁବନେଶ୍ୱର : ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିସେମ୍ବର ମାସରେ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସମ୍ଭାବନା ରହିଛି । ପଶ୍ଚିମ ଓଡିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି । ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା । ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ବି ଜାନୁଆରୀ ଭିତରେ ଓଡିଶା ଆସିପାରନ୍ତି । ସମ୍ବଲପୁର ଆଇଆଇଏମର ନୂତନ କ୍ୟାମ୍ପସ ଉଦଘାଟନ କାର୍ୟ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି। ତେବେ ଏନେଇ ବିଧିବଦ୍ଧ ସୂଚନା ମିଳିନାହିଁ। ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ଅଧିକ ସଂଖ୍ୟକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ।
Views: 103











