ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଥିବା ଦୋକାନ ଉପରୁ ଜରିପାଲ ହଟିବ । ଶ୍ରୀମନ୍ଦିର ପ୍ରଶାସନ ସବ କମିଟି ବୈଠକରେ ନିଷ୍ପତ୍ତି । ଦୋକାନ ଲାଗି ସିନ୍ଥେଙ୍କିକ ଫେବ୍ରିକ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ପରବର୍ତ୍ତୀ ବୈଠକରେ ଆଲୋଚନା କରି ଅବଢା ଦର ନିର୍ଦ୍ଧାରଣ । ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ପୂର୍ଣ୍ଣିମା ପାଇଁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ। ଶୃଙ୍ଖଳିତ ନୀତିକାନ୍ତି ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲା ଶ୍ରୀମନ୍ଦିର ପ୍ରଶାସନ। ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ। ଜଗନ୍ନାଥ ବଲ୍ଲଭ ଠାରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ସାହିଯାତ ପ୍ରଦର୍ଶିତ ହେବ।
Views: 84











