The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ବାବା

Facebook
Twitter
LinkedIn

ପୁରୀ : ପୁରୀରେ ବାଗେଶ୍ୱର ବାବା । ମହାପ୍ରଭୁଙ୍କୁ କଲେ ଦର୍ଶନ । ଶ୍ରୀମନ୍ଦିର ଆସି ଜଗନ୍ନାଥ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୧ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ। ନିଜ ଜଗନ୍ନାଥ ଦର୍ଶନ ଅନୁଭୂତି ଖୁବ ସୁନ୍ଦର ରହିଛି ବୋଲି ସେ କହିବା ସହ ଜାନୁଆରୀ ୨୨ରେ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମସ୍ତ ଭାରତୀୟଙ୍କ ବିଜୟ ବୋଲି କହିଥିଲେ । ତେବେ ଶ୍ରୀମନ୍ଦିର ଯିବା ପୂର୍ବରୁ ସେ ସିଂହଦ୍ୱାର ଠାରେ ନିଜ କଠାଉ ରଖିଦେଇ ଯାଇଥିବା ବେଳେ ତାହାକୁ ମୁଣ୍ଡ ଛୁଇଁ ଦର୍ଶନ କରିବାକୁ ଉତ୍ସୁକତା ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login