ବ୍ରହ୍ମପୁର : ବୃଦ୍ଧ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଟାଉନଥାନା ଗାନ୍ଧି ନଗର ଦ୍ୱିତୀୟ ଲାଇନରୁ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ବିଜିପୁର ଅମ୍ବିକା ନଗରର । ତେବେ ସେ ଭୋର ୪ ଟାରୁ ଘରୁ ବାହାରିଥିଲେ । ବେକ କାଟି ବୃଦ୍ଧଙ୍କୁ କେହି ହତ୍ୟା କରିଥିବା ସନେ୍ଦହ । ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି। ତାଙ୍କୁ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି। ବ୍ରହ୍ମପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Views: 88











