The Ultimate Managed Hosting Platform
ADVERTISEMENT

ଗଛରେ ପିଟି ହେଲା କାର : ଜଣେ ମୃତ

Facebook
Twitter
LinkedIn

ବାଙ୍କି: ଗଛରେ ପିଟି ହେଲା କାର । ଜଣେ ମୃତ ଆଉ ଜଣେ ଗୁରୁତର । ବାହାଘର ଭୋଜିରୁ ଫେରିଲା ବେଳେ ରଣଶଙ୍ଖ ନିକଟରେ ଦୁର୍ଘଟଣା । ଗଛରେ କାର ପିଟି ହେବାରୁ ଦୁର୍ଘଟଣା , ଡ୍ରାଇଭର ଚମ୍ପଟ । ସମସ୍ତ ମୃତାହତ ଆଠଗଡ ଅଞ୍ଚଳର ହୋଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗଛରେ ପିଟି ହୋଇ ଏକ ମାରୁତି କାର୍ ଚୁରମାର୍ ହୋଇଯାଇଛି । ତେବେ ସବୁଠୁ ଦୁଃଖର କଥା ଏହି ଦୁର୍ଘଟଣାରେ ଜଣଙ୍କା ମୃତ୍ୟୁ ହୋଇଥିବାବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗଦେଇ ବାଙ୍କୀ ରୁ ଆଠଗଡ଼ ର ଗ୍ରାମକୁ ତିନିଜଣ ମାରୁତି କାରରେ ଘରକୁ ଫେରୁଥିବା ବେଳେ ରଣଶଙ୍ଖ ଠାରେ ବୁଲାଣୀ ରାସ୍ତାରେ ଜଗିଥିଲା ଯମ । ହଠାତ୍ କାର୍ ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login