ନବରଙ୍ଗପୁର : ରାତିରେ କଳାକନା ବୁଲାଇ । ଜଗନ୍ନାଥଙ୍କର ହୁଣ୍ଡିର ଟଙ୍କାକୁ ଚୋରେଇ ନେଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଜଗନ୍ନାଥ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯାଇଥିବା ବେଳେ ମୁଖ୍ୟ ଦ୍ୱାରର ତାଲା କଟାଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଚୋରି ହୋଇଥିବା ନେଇ ସନ୍ଦେହ କରିଥିଲେ । ତୁରନ୍ତ ସେ ଏନେଇ ମନ୍ଦିର କମିଟିକୁ ଜଣାଇବା ପରେ ଭିତରେ ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ ସଭିଏଁ । ବହୁ ସମୟ ଧରି ଖୋଜାଖୋଜି କରିବା ପରେ ହୁଣ୍ଡିଟି ରୋଷେଇ ଘର ପଛପଟେ ରଖାଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ହୁଣ୍ଡିର ତାଲା ଭଙ୍ଗାଯାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ । ତେବେ ଆଜିକୁ ଦୁଇବର୍ଷ ହେବ ହୁଣ୍ଡି ଖୋଲା ଯାଇନଥିବା ବେଳେ ହୁଣ୍ଡିରେ ଆନୁମାନିକ ପଚାଶ ହଜାର ଟଙ୍କାରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ତେବେ ତୁରନ୍ତ ଚୋରକୁ ଧରି ଠାକୁରଙ୍କ ଟଙ୍କା ଫେରସ୍ତ କରିବାକୁ ପୋଲିସ୍ କୁ ନିବେଦନ କରିଛନ୍ତି ଗ୍ରାମବାସୀଙ୍କ ସହିତ ମନ୍ଦିର କମିଟି ।
ଦାନ ହୁଣ୍ଡି ଭାଙ୍ଗି ଲୁଟ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











