ଭୁବନେଶ୍ୱର : ଆଇଟି ରେଡକୁ ନେଇ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ମଦ ବ୍ୟବସାୟୀଙ୍କ ଠୁ ଶହ ଶହ କୋଟି ଟଙ୍କା ଜବତ ବିସ୍ମିତ କରିଛି । ଓଡିଶା ଭଳି ରାଜ୍ୟରୁ ଏତେ ବେନାମୀ ଅର୍ଥ ଜବତ ଚିନ୍ତାର ବିଷୟ । ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଖବର ପ୍ରକାଶ ପାଉଛି । ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି । ଏହାର ସତ୍ୟାସତ୍ୟ କଣ ।ଜବତ ଧନ ସହ ଓଡିଶାର କିଛି ମୁଷ୍ଟିମେୟ ଲୋକଙ୍କ ସମ୍ପର୍କ ଅଛି କି । ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା ଲୋକେ ଘଟଣାରେ ଚୁପ କାହିଁକି । ନୈତିକତାର କଥା କହୁଥିବା କିଛି ଦଳର ନେତା ନିରବ ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି ହୋଇଛି । ଏବେ ମୋଦି ଗ୍ୟାରେଣ୍ଟି ଉପରେ ଲୋକେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
Views: 100











