The Ultimate Managed Hosting Platform
ADVERTISEMENT

ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା; ପ୍ରାର୍ଥୀପତ୍ର ପ୍ରତ୍ୟାହାରର ମଧ୍ୟ ରହିଛି ସୁଯୋଗ

Facebook
Twitter
LinkedIn

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଥିବା ବେଳେ, ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଏଥି ସହ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆଜି ମଧ୍ୟ ରହିଛି ସୁଯୋଗ । ତେଣୁ ଗାଁ ରାଜନୀତିରେ ସବୁଠି ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳିଛି । ନାମାଙ୍କନ ଦାଖଲ ପରେ କରାଯାିଥିବା ଯାଞ୍ଚ ସମୟରେ ଅନେକ ଆଶୟୀଙ୍କ ଯିକେଟ କଟିଥିବା ବେଳେ, ବିଭିନ୍ନ କାରଣରୁ କୋଟ୍ ୮ ହଜାର ୬୪୮ ଟି ନାମାଙ୍କନ ନାକଚ ମଧ୍ୟ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀପତ୍ର କାଏମ୍ ରହିଥିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ରହିଛି ।

କୋଭିଡ୍ କଟକଣା ପାଇଁ ସଭା ଓ ଶୋଭାଯାତ୍ରା ଉପରେ ରୁକ ଲଗାଯାଇଛି । ସେଥି ପାଇଁ ପ୍ରାର୍ଥୀମାନେ ଡୁର୍ ଟୁ ଡୁର୍ କ୍ୟାମ୍ପେନିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଗାଁକୁ ଗାଁ ବୁଲି ପ୍ରଚାର କରିବା ସହ ଭୋଟ୍ ମାଗିବାରେ ଲାଗିପଡ଼ିଛନ୍ତି ପ୍ରାର୍ଥୀମାନେ । ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦିତା ହେଉଥିବା ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଓ କର୍ମୀମାନେ ମଧ୍ୟ ଜୋରଦାର ପ୍ରଚାରରେ ଚଳାଇଛନ୍ତି । କରୋନା କଟକଣା ମଧ୍ୟରେ ଡିଜିଟାଲ୍ ପ୍ରଚାର ପ୍ରାର୍ଥୀଙ୍କ ପାଇଁ ଏକ ନୂଆ ମାଧ୍ୟମ ପାଲଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login