ଇରାକ : ହଷ୍ଟେଲରେ ଲାଗିଲା ନିଆଁ । ଇରାକର ଏରାବିଲ ସ୍ଥିତ ଏକ ୟୁନିଭରସିଟିରେ ନିଆଁ ଲାଗିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁର୍ଦ୍ଦିସ୍ତାନ ଅଞ୍ଚଳରେ ଏରାବିଲ ପ୍ରାନ୍ତରେ ସୋରନ ସହରରେ ଶୁକ୍ରବାର ରାତିରେ ନିଆଁ ଲାଗିବା ଯୋଗୁଁ ଏଭଳି ଅଘଟଣ ଘଟିଛି ।
ଖବର ମୁତାବକ, କୁର୍ଦ୍ଦିସ୍ତାନ ଅଞ୍ଚଳରେ ଏରାବିଲ ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ୟୁନିଭରସିଟିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ୟୁନିଭରସିଟିର ତୃତୀୟ ଏବଂ ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିଲା । ଏହି ବିଲିଡିଂରେ ଛାତ୍ର ଏବଂ ଶିକ୍ଷକ ରହୁଥିଲେ । ନିଆଁ ଚାହୁଁ ଚାହୁଁ ବିଲିଡିଂର ଚାରିଆଡେ ଲାଗିଯାଇଥିଲା । ତେବେ ପ୍ରାରମ୍ଭିକ ଯାଞ୍ଚରୁ ନିଆଁ ସର୍ଟ ସର୍କିଟରୁ ଲାଗିଥିବା ଜଣାପଡିଛି । ୧୪ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେମାନଙ୍କ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।
ୟୁନିଭରସିଟି ହଷ୍ଟେଲରେ ନିଆଁ , ୧୪ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











