କଟକ : କଣ୍ଠଶିଳ୍ପୀ ସୈାରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯ୍ୟାତନା ମାମଲା । ସୈାରିନଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି କଲେ ଏସଡିଜେଏମ କୋର୍ଟ । ଏନବିଡବ୍ଲ୍ୟୁ ପାଇଁ ଆବେଦନ କରିଥିଲା କମିଶନରେଟ ପୁଲିସ । ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ। ସୌରିନଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ରହିଛି ।
ଗତ ଜୁନ୍ ୧୨ ତାରିଖରେ ମାନସିକ ଓ ଶାରୀରିକ ନିର୍ୟାତନା ଦେଇଥିବା ନେଇ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୌରିନ ଭଟ୍ଟ ବିବାହିତ ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ। ପରେ ଯୁବତୀଙ୍କୁ ସୌରିନ ବ୍ଲାକମେଲ କରିଥିଲେ ବୋଲି ଅଭିଯୋଗ ହୋଇଛି। ସୌରିନ ଭଟ୍ଟ କରିଥିବା ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ ହାଇକୋର୍ଟ ।
Views: 86











