The Ultimate Managed Hosting Platform
ADVERTISEMENT

କଂଗ୍ରେସ ପକ୍ଷରୁ ୫ ଦଫା ଦାବି ନେଇ ଜିଲ୍ଲା ଜଳସମ୍ପଦ କାର୍ଯ୍ୟାଳୟ ଘେରାଉ

Facebook
Twitter
LinkedIn

ଜଗତସିଂହପୁର : ନିଜ ହକ ଜାହିର କରିବା ପାଇଁ ୫ ଦଫା ଦାବିକୁ ନେଇ ଆଜି ଜଗତସିଂହପୁର ଜିଲ୍ଲା ଜଳସମ୍ପଦ ବିଭାଗର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଓ ଜନସାଧାରଣ । ସୂଚନା ଅନୁଯାଇ ଆଜି ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଜଗତସିଂହପୁର କଂଗ୍ରେସର ମୁଖପାତ୍ର ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଅଞ୍ଚଳର ୫ ଦଫା ଦାବୀ ଯେପରି କି ହଂସୁଆ ନଦୀର ଶଯ୍ୟା ଖନନ, ବନ୍ଧର ସୁଦୃଢ଼ୀକରଣ, ଏହାର ସଫେଇ ଜଳ ନିଷ୍କାସନ ଓ ଧୋଇ ଯାଇଥିବା ଫସଲ ନିମନ୍ତେ ଚାଷୀକୁ ଉଚିତ କ୍ଷତି ପୂରଣ ପ୍ରଦାନ । ଏହିପରି ପାଞ୍ଚ ଦଫା ଦାବିକୁ ନେଇ ଆଜି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଓ ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ମଲ୍ଲିକଙ୍କ ନେତୃତ୍ୱରେ ବହୁ ବରିଷ୍ଠ ନାଗରିକ, ଜନସାଧାରଣ ମାନେ ଜଗତସିଂହପୁର ଚର୍ଚ୍ଚିକା ବଜାର ନିକଟରେ ଥିବା ଜଳସମ୍ପଦ ବିଭାଗର କାର୍ଯ୍ୟାଳୟ ଘେରାଉ କରିବା ସହିତ ପ୍ରତିବାଦର ସଭା କରିଥିବା ଦେଖା ଯାଇଛି । ପରେ ପରେ ଏହି ପାଞ୍ଚ ଦଫା ଦାବିକୁ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳ ସମ୍ପଦ ବିଭାଗର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁପ୍ରଦାନ କରାଯାଇ ଥିଲା । ତେବେ ଏହି ଦାବୀ ଗୁଡିକ ଖୁବଶୀଘ୍ର ସମାଧାନ କରାଯିବା ନିମନ୍ତେ ପ୍ରତିଶ୍ରୁତି ବିଭାଗ ପକ୍ଷରୁ ମିଳିଥିବାର ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login