The Ultimate Managed Hosting Platform
ADVERTISEMENT

ଲୋକସଭାରୁ ମହୁଆ ମୈତ୍ର ବହିଷ୍କୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକସଭାରୁ ଟିଏମସି ସାଂସଦ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ମହୁଆ ମୈତ୍ର ବହିଷ୍କୃତ । ଏଥିକ୍ସି କମିଟିର ରିପୋର୍ଟ ଆଧାରରେ ବହିଷ୍କୃତ । ଏଥିକ୍ସି କମିଟିର ସୁପାରିସ ଲୋକସଭାରେ ମଞ୍ଜୁରୀ । ମହୁଆଙ୍କ ଆଚରଣକୁ ଅନୈତିକ କହିଲେ ଲୋକସଭା ବାଚସ୍ପତି । ଲୋକସଭାରେ ଗୁରୁବାର ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ କରିଥିଲା। ରିପୋର୍ଟ ଉପରେ ଆଲୋଚନା ପରେ ଏହାକୁ ଭୋଟିଂ ମାଧ୍ୟମରେ ଅନୁମୋଦନ ମିଳିଥିଲା।
ଏଥିକ୍ସ କମିଟି ନିଜ ରିପୋର୍ଟରେ ମହୁଆଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଗୁରୁତର ବୋଲି କହିଥିଲା ଏବଂ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲା। ଏହା ସହିତ ସଂସଦ ସଦସ୍ୟତା ରଦ୍ଦ କରିବାକୁ ମଧ୍ୟ ଦାବି କରିଥିଲା। ରିପୋର୍ଟ ଉପରେ ଆଲୋଚନା ବେଳେ ଟିଏମ୍ସି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ସାଂସଦମାନେ ମହୁଆ ମୈତ୍ରଙ୍କୁ କହିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ। ତେବେ ବିଜେପି ସାଂସଦମାନେ ଏହାକୁ ବିରୋଧ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ମଧ୍ୟ ମହୁଆଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ବେଳେ ଶେଷରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରିଛନ୍ତି ବାଚସ୍ପତି।
ସେପଟେ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ମହୁଆ କହିଛନ୍ତି ଯେ ‘ମୁଁ ଆଦାନୀ ପ୍ରସଙ୍ଗ ଉଠାଇଥିଲି, ଯେଉଁ କାରଣରୁ ମୋତେ ସଂସଦର ସଦସ୍ୟତାରୁ ବରଖାସ୍ତ କରାଯାଇଛି। ଏଥିକ୍ସ କମିଟି ପାଖରେ ମୋ ବିରୋଧରେ କୌଣସି ବି ପ୍ରସଙ୍ଗ ନ ଥିଲା, କୌଣସି ପ୍ରମାଣ ନ ଥିଲା। ତାଙ୍କ ପାଖରେ କେବଳ ଗୋଟିଏ ହିଁ ପ୍ରସଙ୍ଗ ଥିଲା, ମୁଁ ଆଦାନୀ ପ୍ରସଙ୍ଗ ଉଠାଇଥିଲି’।
ସୂଚନାଥାଉ କି, ମହୁଆ ମୈତ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମୁତାବକ, ମହୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଛନ୍ତି। ତାଙ୍କ ବିରୋଧରେ ଆହୁରି ମଧ୍ୟ ଅଭିଯୋଗ ରହିଛି ଯେ ସେ ନିଜର ଗୁପ୍ତ ସଂସଦୀୟ ଲଗ୍ଇନ୍ ପାସୱାର୍ଡ ଦର୍ଶନ ହିରାନନ୍ଦାନୀଙ୍କ ସହିତ ସେୟାର କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login