ମଦ ବ୍ୟବସାୟୀଙ୍କ ଘରେ ଆଜି ବି ଆୟକର ଟିମର ରେଡ । ବଲାଙ୍ଗିରରେ ତୃତୀୟ ଦିନରେ ଆୟକର ଟିମର ରେଡ । ସୁଦପଡା ଓ ଟିଟିଲାଗଡରେ ମଦ ବ୍ୟବସାୟୀଙ୍କ ଘରେ ରେଡ୍ । ବର୍ତ୍ତମାନ ସୁଦ୍ଧା ୨୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା । ୧୫୬ଟି ଟଙ୍କା ଭର୍ତ୍ତି ବ୍ୟାଗ ଗଣତି ହୋଇଥିବା ସୂଚନା । ଟଙ୍କା ଗଣିବା ପାଇଁ ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଛି ୩ଟି ମେସିନ୍ । ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆ ରହିଛି । କେବଳ ଟଙ୍କା ନୁହେଁ ବିଭିନ୍ନ ସ୍ଥାନରୁ ସୁନା ଗହଣା ଓ ସୁନା ବିସ୍କୁଟ ଜବତ ହୋଇଛି । ଟଙ୍କା ଗଣତି ସରିନଥିବାରୁ ସୁନା ଗହଣାର ହିସାବ ଆରମ୍ଭ ହୋଇନାହିଁ । ଏତେ ପରିମାଣର ଟଙ୍କା ସବୁ କେଉଁଠୁ ଆସିଲା, ତାକୁ ନେଇ ଖୋଳତାଡ଼ କରୁଛି ଆୟକର ବିଭାଗ । ସେପଟେ ଅଧିକ ତଦନ୍ତ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ଏଂଟ୍ରି ମାରିପାରେ । ଯଦି ଇଡି ହାତକୁ ତଦନ୍ତଭାର ଦିଆଯାଏ, ତାହେଲେ ନେତାଙ୍କ ପାଇଁ ଚିନ୍ତା ବଢ଼ିଯିବ । କାରଣ ଏଥିରେ ନେତାଙ୍କ ସଂପୃକ୍ତି ଅଛି କି ନାହିଁ, ତା’ର ତଦନ୍ତ ହୋଇପାରେ । ସେପଟେ ଆୟକର ବିଭାଗ ଟଙ୍କା ସବୁ ୧୫୬ଟି ବ୍ୟାଗ୍ ଏବଂ କିଛି ବସ୍ତାରେ ଟ୍ରକରେ ଲୋଡ୍ କରି ନେଇଛି । ଆଉ ସବୁ ଟଙ୍କାକୁ ଗଣିବା ପାଇଁ ଆହୁରି ଦୁଇରୁ ତିନି ଦିନ ଲାଗିପାରେ ବୋଲି କୁହାଯାଉଛି ।
ଏତେ ଟଙ୍କା ! ଗଣି ଗଣି ମେସିନ ହାଲିଆ , ମଦ ବ୍ୟବସାୟୀଙ୍କ ଘରେ ତୃତୀୟ ଦିନରେ ଆଇଟି ରେଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











