କଟକ : କଟକ ପିଠାପୁର ତାରାଚାନ୍ଦପାଟଣା ଅଞ୍ଚଳରେ ଅଘଟଣ। ଏଲପିଜି ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ। ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଘରେ ଏଲପିଜି ଗ୍ୟାସ ଲିକ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ୩ ଜଣ ମହିଳା ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।
Views: 115











