ଅଯୋଧ୍ୟା : ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିରର କାମ ପ୍ରାୟ ସରି ଆସିଲାଣି । ଏହି ଐତିହାସିକ ରାମ ମନ୍ଦିରରେ ବର୍ଷକର ବାଳକ ରୂପରେ ରାମଲାଲା ବିରାଜମାନ ହେବେ । ଏଥିପାଇଁ ଦୁଇଟି ପଥରରୁ ତିନୋଟି ମୂର୍ତ୍ତି ତିଆରି କରାଯାଉଛି, ସେଥିମଧ୍ୟରୁ ଗୋଟିଏ କର୍ଣ୍ଣାଟକରୁ ଏବଂ ଅନ୍ୟଟି ରାଜସ୍ଥାନରୁ ଅଣାଯାଇଛି। ଜାନୁଆରୀ ୨୨ରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଧାର୍ୟ୍ୟ କରାଯାଇଛି, ଯେଉଁଥିରେ ସାରା ବିଶ୍ୱରୁ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଅତିଥିମାନଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟ୍ ଜଗତର ଭେଟେରାନ୍ କ୍ରିକେଟର ସଚିନ୍ ତେନ୍ଦୁଲକର ଏବଂ ବିରାଟ କୋହଲି । ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଅଟନ୍ତି। କ୍ରିକେଟ୍ ଦକ୍ଷତା ବ୍ୟତୀତ ଉଭୟ ଠାକୁରଙ୍କୁ ଭକ୍ତି ପାଇଁ ବି ଜଣାଶୁଣା । ସଚିନ ସତ୍ୟ ସାଇ ବାବାଙ୍କର ଜଣେ ଭକ୍ତ ଥିବାବେଳେ ବିରାଟ କୋହଲି ଉଜ୍ଜୈନରେ ଅବସ୍ଥିତ ବାବା ମହାକାଲଙ୍କ ମନ୍ଦିରରେ ପୂଜା କରିଥିଲେ ।
Views: 99











