ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଘରେ ଆଜି ବି ଆୟକର ଟିମର ଚଢାଉ । ଭୁବନେଶ୍ୱର, ବଲାଙ୍ଗିର, ରାଉରକେଲା, ବୈାଦ୍ଧରେ ରେଡ । ବଲାଙ୍ଗିର ସୁଦପଡାରେ ଆୟକର ଟିମର ଚଢାଉ । ଟିଟିଲାଗଡ ନେହେରୁ ନଗରସ୍ଥିତ ୨ଟି ଘରେ ରେଡ । ସମ୍ବଲପୁର ଧନୁପାଲିର ଏକ ଦେଶୀ ମଦ ଭାଟିରେ ରେଡ । ଆୟକର ଫାଙ୍କି ଅଭିଯୋଗରେ ୬ଟି ସ୍ଥାନରେ ଆଇଟିର ଚଢାଉ । ତେବେ ଏ ସଂପର୍କରେ ଆୟକର ବିଭାଗ ପକ୍ଷରୁ କିଛି କୁହାଯାଇନାହିଁ । ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜାବତ ହୋଇଛି । ବୌଦ୍ଧ ରାମ୍ଭିକଟା ଗାଁ ନିକଟରେ ଥିବା ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ଚଢାଉରେ ୧୨ ଟି ଟିମ୍ ସାମିଲ ଥିଲେ । ସେହିପରି ରାୟଗଡ଼ା ସହରର ଗାନ୍ଧିନଗର ଠାରେ ମଦ ବେପାରୀଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଚଢାଉ ହୋଇଥିଲା । ସେହିପରି ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଅଧିକାରୀ ଚଢାଉ କରିଛନ୍ତି ।
କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସଂସ୍ଥାର ଅଫିସ, ନିର୍ଦ୍ଦେଶକ ଓ ଏମ୍ ଡିଙ୍କ ଘରେ ରେଡ୍ କରିଛନ୍ତି ଆୟକର ବିଭାଗର ଅଧିକାରୀ । ଦୀର୍ଘଦିନ ହେବ କମ୍ପାନୀ ବିଭିନ୍ନ ଉପାୟରେ ଆୟକର ଫାଙ୍କିବା ଅଭିଯୋଗ ହେଇଥିଲା ।
ମଦ ବ୍ୟବସାୟୀଙ୍କ ଘରେ ଆଜି ବି ଆୟକର ଟିମର ଚଢାଉ, ୯ ଆଲମିରାରୁ ୨00 କୋଟି ଜବତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











